ହେ….ବିଜୟ ତୁମେ ଗଲା ପରେ ପରେ…….. – Fan Poem remembering the Legend of Odia Cinema Bijay Mohanty
ହେ….ବିଜୟ ତୁମେ ଗଲା ପରେ ପରେ……..
“ସହର ଜଳୁଛି”
ତୁମରି ସ୍ମୃତି ରେ
“ରାକ୍ଷୀ ଭିଜି ଯାଏ ଆଖି ଲୁହରେ”,
“ସହରୀ ବାଘ” ଟା
ଶୋଇ ଗଲା ପରେ
“ସୁନା ପଞ୍ଜୁରୀ” ଟା ଝୁରି ହୁଏ ରେ ।।
“ଭାଗ୍ୟ ହାତେ ଡୋରି”
“ଦଇବ ଦଉଡ଼ି”
ଭିଡି ନେଲା ବେଳେ “କିଏ କାହାର”,
ଡେଇଁବା କୁ ହୁଏ
“ଲକ୍ଷ୍ମଣ ରେଖା” କୁ
ମୁର୍ଛ୍ଛବାକୁ ହୁଏ “ସ୍ବପ୍ନ ସାଗର” ।।
“ସାବିତ୍ରୀ” ଝୁରିବ
“ଜୀବନ ସାଥୀ” କୁ
“ସାକ୍ଷୀ ରହିବ ଏ ସିଂହ ଦୁଆର”
“ଲକ୍ଷ୍ମୀ ପ୍ରତିମା” ବି
ବାହୁନି କାନ୍ଦିବ
“ଛାତି ରେ ଲେଖିଛି ନାଁ ତୋହର” ।।
“ତୋ’ ପାଇଁ ନେବି ମୁଁ
ଶହେ ଜନମ” ରେ
“ମେଘ ସବାରୀ ରେ ଆସିବୁ ଫେରି”,
“ମିତ ବସିଲୁ ତୁ
ଭୁତ ସାଥିରେ”
ଭାବି ଦେଲେ ଛାତି ହଉଛି କୋରି ।।
“ଭୀଷ୍ମ ପ୍ରତିଜ୍ଞା” ତୋ
ମନେ ରଖିବୁ ରେ
“ମୋ ମନ ଖାଲି ତୋ’ରି ପାଇଁ”,
“କିଏ ଭାଙ୍ଗି ଦେଲା
ସୁନା ସଂସାର” କୁ
“ଧର୍ମ ଦେବତା” କି ଦେଖିଲା ନାହିଁ ??
କିଏ “ଶାସ୍ତି” ଦେଲା
“ଦଣ୍ଡା ବାଳୁଙ୍ଗା” କୁ
ତା’ କୁ ଖାଲି “ଧର୍ମ ସହିଲେ ହେଲା”
“ଜଗା ହାତେ ପଘା”
ଧରିଥିଲୁ ପରା
କାହିଁକି ଅବେଳେ ପଘା ଛିଣ୍ଡିଲା ??
“ମାଣିକ” ବସିଚି
ତୋ’ ବାଟ ଅନେଇ
ଜାଣିଚି ଜିତିବୁ “ମହା ସଂଗ୍ରାମେ”,
“ପ୍ରତିଶୋଧ ଯେଣୁ
ଅପରାଧ ନୁହେଁ”
ଫେରିଆ ପୁଣି ତୁ ଏ ଧରାଧାମେ ।।
“କୁଳ ନନ୍ଦନ” ତୁ
“ମୋ ଆଖିର ତାରା”
“ମୋ କୋଳ ପରା ତୋ ଝୁଲଣା”
“ତୋ ବାଟ କୁ ମୁଁ
ରହିଛି ଚାହିଁ” ରେ
“ତୋ ଆଖି ପରା ମୋ ଆଇନା”
“ଜନ୍ମ ଦାତା” ଖୋଜେ
” ମୋ ସୁନା ପୁଅ” କୁ
” କିଏ ପୋଛେ ମା’ ଆଖିର ଲୁହ”,
“ସୁନା ଚଢେଇ” ଟା
“ସୁନା ଭାଉଜ” କୁ
ପର କରିଗଲା ସହୁନି ଦେହ ।।
ତୁ ” ରାମ ଲକ୍ଷ୍ମଣ”
“ବାବୁ ପର୍ଶୁରାମ”
“ତୁ ଥିଲେ ମୋର ଡର କାହାକୁ”,
“ପୁଅ ପରା ମୋର
କଳା ଠାକୁର” ଲୋ
“ଠାକୁର ଅଛନ୍ତି ଚଉ ବାହାକୁ” ।।
“କଥା ରହିଗଲା
କାଳ କାଳକୁ”
“ସାକ୍ଷୀ ରହିଲା ମୋ ଶଙ୍ଖା ସିନ୍ଦୁର”,
“ଚିଲିକା ତୀରେ”
ମୁଁ “ତପସ୍ୟା” କରିବି
ତୋଳିବି ତୋ’ ପାଇଁ ପ୍ରେମ ମନ୍ଦିର,
“ଗୋପରେ ବଢୁଛି
କଳା କହ୍ନେଇ”
“ପୁଅ ପରା ମୋର ଜଗତ ଜିତା”
ଜୀବନେ ଘୋଟିଛି
“ଅସ୍ତ ରାଗ” ଆଜି
ଆଉ ଶୁଭିବନି “ବିଜୟ” କଥା ।।
WATCH ODIA FILM UPDATES ON ODIALIVE YOUTUBE CHANNEL
Also Read: Tandav Odia Movie official posters