ଏଇ ବୋଧେ ପ୍ରେମ
ମିଛରେ ଭଲ ପାଇ ଦେଖ ଥରେ
ହେ ବର୍ଷା ରାଣୀ;
ମୁଁ’ ତୁମକୁ ଭଲ ପାଏ କେତେ
ମୋ’ ପ୍ରେମର ଇଲାକାରେ।।
ମୋ’ ହୃଦୟର ଆବେଗକୁ
ତୁମେ ବା କାହିଁ ଜାଣିବ?
ମୋ’ ପ୍ରେମ କରିଛି ସଦା
ତୁମ ସ୍ଵାଭିମାନକୁ ସମ୍ମାନ
ତୁମ ଜଣା ଆଜଣାରେ।
ତୁମେ ଥରେ ବାଛି ନିଅ ମୋତେ
ଜୀବନର ଚଲାପଥେ
ସାଥି ହୋଇ ଯିବା ପାଇଁ
ପ୍ରେମ ପୃଥିବୀରେ
ନଥାଉ ସୁଭଲଗନ
ତଥାପି ଯିବି ତୁମ ସାଥେ।।
ବସନ୍ତର ପ୍ରଥମ ସ୍ପର୍ଶରୁ
ମନ ଆଇନା କହୁଛି
ପ୍ରାତହ ପ୍ରହରୁ
ଦେଖିବାକୁ ତୁମ ଲାଜ ଓଢ଼ଣୀ
ଆକାଶର ଇନ୍ଦ୍ରଧନୁ ତଳେ।।
ସୁନ୍ଦରତାର ବ୍ୟୂହ ରଚିଲାପରେ
ମାନେ ନାହିଁ ତାମନ ଜମା
ଅପେକ୍ଷା କରିଛି ତୁମ
ନାଲି ଟୁକୁ ଟୁକୁ ସାଧବ ବୋହୂ
ପାଦ ଚିହ୍ନ ଚଲା ପଥକୁ।।
ହେ ବର୍ଷା ରାଣୀ;
ତୁମେ ଆସଥରେ
ବସନ୍ତର ରାଜ ଉଆସକୁ
ପ୍ରେମ, ବିଶ୍ୱାସ, ଜ୍ଞାନ ଓ ପ୍ରଗତିର
ଚାରି ସ୍ତମ୍ଵ ଅନାଇ ରହିଛି
ତୁମ ପ୍ରତିକ୍ଷାରେ ।।
ଜମା ଡେରି କରନାହିଁ
ଦୂର ବୈଶାଖୀର ଅଦିନିଆ ଝାଞ୍ଜି
ଜାଳିଲାଣି ମୋତେ ଏଠି
ଶ୍ରାବଣ ମାସରେ।।
ତୁମେ ଆସ
ହେ ହୃଦୟର ରାଣୀ;
ପ୍ରେମ ପୃଥିବୀର
ରଙ୍ଗ ବଦଳିବା ଆଗରୁ
ମୋ’ କାନନ ତରୁ ଲତା
ପୁଣି ଉଲ୍ଲସି ଉଠିବେ
ନୀଳ ଆକାଶ ତଳେ
ତୁମ ପ୍ରେମର ଶିତଳ ସ୍ପର୍ଶରେ।।
-ସୌମ୍ୟ ରଞ୍ଜନ ଲେଙ୍କା
ବାଣପୁର, ଖୋର୍ଦ୍ଧା