OdiaLive Odia

ପରାଧୀନ ଭାରତ !!!

swadhinata-dibasa

ପରାଧୀନ ଭାରତ:- ସ୍ୱାଧୀନତା ଏପରି ଏକ ଶବ୍ଦ ଯେଉଁଥିରେ ଭରି ରହିଛି ଭିନ୍ନ ଏକ ସ୍ୱାଦ, ଭିନ୍ନ ଏକ ଗାଥା, ଭିନ୍ନ ଏକ ପରିଚୟ ମଧ୍ୟ। ଆବଦ୍ଧ ଅନ୍ଧାର ଏବଂ ସୀମିତ ହୋଇ ରହିବା ପାଇଁ କିଏ ବା ଚାହେଁ, କାହାକୁ ବା ଭଲ ଲାଗେ ଅନ୍ୟ ପାଖରେ ମୁଣ୍ଡବିକ୍ରି କରି ରହିବା ପାଇଁ। ଏଠି ସମସ୍ତେ ଚାହିଁଥାନ୍ତି ମୁକ୍ତ ଆକାଶର ବିହଙ୍ଗ ପରି ଉଡିବା ପାଇଁ ଭିନ୍ନ ଏକ ଦେଶରେ ଭିନ୍ନ ଏକ ଲକ୍ଷ ନେଇ ସେ ନୀଳ ଆକାଶକୁ ଲଙ୍ଘିବା ପାଇଁ।ଶାନ୍ତି, ପୂର୍ଣ୍ଣତା ଏବଂ ପରିବର୍ତ୍ତନର ଏ ସ୍ୱପ୍ନ କୁ ସମସ୍ତେ ଚାହାନ୍ତି ନିଜର କରିବା ପାଇଁ।

କୁହାଯାଏ ସମୟ ବଡ଼ ବଳବାନ,ସେ ହିଁ ପରିବର୍ତ୍ତନ କାରଣ ମଧ୍ୟ। ଯାହାର ପ୍ରମାଣ ମିଳିଗଲା 2020 ର ପ୍ରାରମ୍ଭରେ। ଆସିଲା ଏକ ମହାମାରୀ ।
ନିଜର କରାଳ ଗତିରେ କାୟା ବିସ୍ତାର କରି ଗ୍ରାସ କଲା ଏ ସାରା ବିଶ୍ୱକୁ।ଚାହୁଁ ଚାହୁଁ ମାଟିରେ ମିସିଗଲେ ଅନେକ ।

 

ଦିନ ଥିଲା ଇଂରେଜ ଶାସନରେ ନିଜର ଅସ୍ତିତ୍ୱ ହରାଇଥିଲା ଆମ ଭାରତ ବର୍ଷ, ହଁ ଠିକ ଯେ ଏକ ଅନ୍ଧାରୀ ଶାସନର ଚକ୍ରବିହ୍ଵରୁ ବହୁତ ଦିନ ପରେ ମୁକ୍ତ ହୋଇ ସ୍ୱାଧୀନତାର ସ୍ୱାଦ ଚାଖିଥିଲେ ଏ ଭାରତୀୟ ମାନେ। ଅନେକ ଆଶା ଅନେକ ଭରସା ନେଇ କଳ୍ପନାର ତୁଳୀରେ ଆଙ୍କିଥିଲେ ଏକ ସୁନ୍ଦର ଭବିଷ୍ୟତର ଚିତ୍ର।ବଗିଚାରେ ସଦ୍ୟତୋଳା ଫୁଲ ପରି ସୁନ୍ଦର ସୁବାସିତ ମନଛୁଆଁ ଥିଲେ ସେ।

ଏମିତି ଅନେକ ଦିନ ବିତିଗଲା କିଛି କିଛି ସ୍ୱପ୍ନ ବାସ୍ତବତାର ରୂପ ମଧ୍ୟ ନେଲା। କିଛି ବାକି ମଧ୍ୟ ରହିଯାଇଥିଲା। ସୁଖ ଦୁଃଖକୁ ଆପଣାଇ ଆଗେଇ ଚାଲିଲେ ସମସ୍ତେ।ତ୍ୟାଗ ଓ ବଳିଦାନର ଯେଉଁ ମାଟିରେ ଅଛି ସେ ବା କେମିତି ହାରିଯିବ।ଏମିତି ହିଁ ଥିଲା ଆମ ଭାରତ।

swadhinata-dibasa

May Bharat Mata bless us with strength and positive energy to fight against Corona Virus & get our Independence back. Happy Independence Day.

କୁହାଯାଏ ସମୟ ବଡ଼ ବଳବାନ,ସେ ହିଁ ପରିବର୍ତ୍ତନ କାରଣ ମଧ୍ୟ। ଯାହାର ପ୍ରମାଣ ମିଳିଗଲା 2020 ର ପ୍ରାରମ୍ଭରେ। ଆସିଲା ଏକ ମହାମାରୀ । ନିଜର କରାଳ ଗତିରେ କାୟା ବିସ୍ତାର କରି ଗ୍ରାସ କଲା ଏ ସାରା ବିଶ୍ୱକୁ।ଚାହୁଁ ଚାହୁଁ ମାଟିରେ ମିସିଗଲେ ଅନେକ । ଆଃ କି ଭୟଙ୍କର ସେ ପରିବେଶ। ଭାବିଲେ ଛାତିରେ ଭୟର ଲହଡି ମାରିଦିଏ। ଯୁଦ୍ଧ ଏପରି ଏକ ଶତ୍ରୁ ସହିତ ହେଉଛି ଯାହାର ନାଁ ରୂପ ରହିଛି ନାଁ ପ୍ରକାର। ଜାଣିନେ କେବେ ଏ ଯୁଦ୍ଧର ଅନ୍ତ ହେବ,କେବେ ଏହାର ପରିସମାପ୍ତି ଘଟିବ, କେବେ ମିଳିବ ଆମକୁ ଏହାଠାରୁ ସ୍ୱାଧୀନତା। ତଥାପି ଏ ଯୁଦ୍ଧ ଆମର ଜାରି ରହିବ ବିଜୟର ଲକ୍ଷନେଇ ଲଢ଼ିବା ଆମେ ସମସ୍ତେ ମିଶି ଏକ ହୋଇ ଏବଂ ଅନ୍ତ ହେବ ଏ ପରାଧୀନତାର ରାକ୍ଷସର।ପୁଣି ଥରେ ହସିଉଥିବ ଏ ଭାରତବର୍ଷ।

Article- Rashmi Ranjan

Also Read- କଟକ ଦୁର୍ଗା ପୂଜାର ଅନ୍ୟତମ ଆକର୍ଷଣ ବାଖରାବାଦ୍ ର ଭାରତ ମାତା ଙ୍କ ପୂଜା

Leave a comment

Your email address will not be published. Required fields are marked *

You may also like

bharatmata-mandir
Trending Cuttack Durga Puja Photos OdiaLive Odia Odisha Festivals Odisha Tourism

Cuttack Durga Puja 2019: କଟକ ଦୁର୍ଗା ପୂଜାର ଅନ୍ୟତମ ଆକର୍ଷଣ ବାଖରାବାଦ୍ ର ଭାରତ ମାତା ଙ୍କ ପୂଜା

୧୯୨୧ ମାର୍ଚ୍ଚ ୨୩ ଦୋଳ ପୂର୍ଣ୍ଣିମା ଦିନ ମହାତ୍ମା ଗାନ୍ଧୀ ଙ୍କ ପ୍ରଥମ ଓଡ଼ିଶା ଗସ୍ତ କଟକ ସହର କୁ ହୋଇଥିଲା । ସ୍ୱାଧୀନତା ସଂଗ୍ରାମ ପାଇ
lord-jagannath-images
Lord Jagannath Temple Puri OdiaLive Odia Odisha Festivals

ମହାମାରୀ ନିରାକରଣ ନିମନ୍ତେ ବାଡ଼ି ନୃସିଂହ ବିଜେ – OdiaLive

ଅନନ୍ୟ ଆମ ଜଗନ୍ନାଥ ଚେତନା ଓ ସଂସ୍କୃତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଶ୍ରୀକ୍ଷେତ୍ର ରେ ବିଭିନ୍ନ ମାନବିକ ଲୀଳା କରିଥାନ୍ତି। ମାନବ ସମାଜ ପ୍ରତି ଘଟୁଥିବା