OdiaLive Odia

ଶ୍ରୀକ୍ଷେତ୍ରରେ ଭିତର ଚନ୍ଦନଯାତ୍ରା : ଅପରା ଏକାଦଶୀ ରେ ମହାପ୍ରଭୁଙ୍କ ଜଳକ୍ରୀଡା

24 Besha of Lord Jagannath
ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ହଳଦୀପାଣି ନୀତି ସହ ସମାପ୍ତ ହୋଇଛି।ଆରମ୍ଭ ହୋଇଛି ୨୧ଦିନର ଭିତର ଚନ୍ଦନ ନୀତି। ଭିତର ଚନ୍ଦନ ୨୧ ଦିନ ମଧ୍ୟରୁ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ (ଜଳକ୍ରୀଡ଼ା ଏକାଦଶୀ) , ସାବିତ୍ରୀ ଅମାବାସ୍ୟା , ଶୀତଳ ଷଷ୍ଠୀ ଏବଂ ରୁକୁଣା ହରଣ ଏକାଦଶୀ ଦିନ ଶ୍ରୀ ମନ୍ଦିର ମଧ୍ୟରେ ଥିବା ଜଳକ୍ରୀଡ଼ା ମଣ୍ଡପରେ ଶ୍ରୀଜୀଉମାନେ ଜଳକ୍ରୀଡ଼ା କରିଥାନ୍ତି।
ଦ୍ବିପ୍ରହର ଧୂପ ପରେ ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରନ୍ତି।ଏହାପରେ ଜାତଭୋଗ ସମ୍ପନ୍ନ ହୁଏ। ପୂଜାପଣ୍ଡା ସେବକ ଶ୍ରୀ ମଦନମୋହନ ଓ ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଦେବାପରେ ମହାଜନ ସେବକ ଦିଅଁଙ୍କୁ ମୁକ୍ତିମଣ୍ଡପ ନିକଟସ୍ଥ ପାଲିଙ୍କିରେ ବିଜେ କରାଇଥାନ୍ତି ।ଏହାପରେ ବିମାନବଡୁ ସେବକ ଉକ୍ତ ପାଲିଙ୍କି କୁ ଜଳକ୍ରୀଡ଼ା ମଣ୍ଡପ କୁ ନେଇଥାନ୍ତି। ଏହି କୁଣ୍ଡରେ ସୁବାସିତ ପୁଷ୍ପ , କର୍ପୁର , ଚନ୍ଦନ ଆଦି ମିଶ୍ରିତ ହୋଇଥାଏ। ମହାଜନ ସେବକ ଉକ୍ତ କୁଣ୍ଡରେ ଦିଅଁ ଙ୍କୁ ବିଜେ କରାଇଥାନ୍ତି।ମଦନମୋହନ ଓ ଶ୍ରୀଦେବୀ ସମ୍ମୁଖୀକରଣ ଭଙ୍ଗୀରେ ପରସ୍ପରକୁ ମୁଖ କରି ବିଜେ ହୁଅନ୍ତି।
ମୁଦିରସ୍ତ ପ୍ରସାଦ ଲାଗି ଓ ଚନ୍ଦନ ପାଣି ପିଚକାରୀ ନୀତି କରାନ୍ତି। ଦେବ ବିଗ୍ରହ ମାନେ ଜଳକୁଣ୍ଡରେ ଥିବା ସମୟରେ ପୂଜାପଣ୍ଡା ପଞ୍ଚ ଉପଚାର ରେ ଶୀତଳଭୋଗ କରିଥାନ୍ତି।ଦିଅଁ କୁଣ୍ଡରେ ବୁଡ଼ିଥିବା ସମୟରେ ମୁଦିରସ୍ତ ବନ୍ଦାପନା କରିଥାନ୍ତି। ତତ୍ପରେ ଶ୍ରୀଜୀଉମାନେ ଜଳରୁ ବାହାରି ଶ୍ରୀଅଙ୍ଗ ପୋଛିହୋଇ ମାଳ ଫୁଲ ଆଦି ରେ ବେଶ ହୁଅନ୍ତି।ଏହାପରେ ଦିଅଁ ବାହୁଡା ବିଜେ କରିଥାନ୍ତି।
narendra pokhari puri

Also Read: ଦିନେ ଏମିତି ଗୋଟେ ଖରାଦିନିଆ ବାତ୍ୟାରେ ହଜିଯାଇଥିଲେ ମହାପ୍ରଭୁ

Leave a comment

Your email address will not be published. Required fields are marked *

You may also like

bharatmata-mandir
Trending Cuttack Durga Puja Photos OdiaLive Odia Odisha Festivals Odisha Tourism

Cuttack Durga Puja 2019: କଟକ ଦୁର୍ଗା ପୂଜାର ଅନ୍ୟତମ ଆକର୍ଷଣ ବାଖରାବାଦ୍ ର ଭାରତ ମାତା ଙ୍କ ପୂଜା

୧୯୨୧ ମାର୍ଚ୍ଚ ୨୩ ଦୋଳ ପୂର୍ଣ୍ଣିମା ଦିନ ମହାତ୍ମା ଗାନ୍ଧୀ ଙ୍କ ପ୍ରଥମ ଓଡ଼ିଶା ଗସ୍ତ କଟକ ସହର କୁ ହୋଇଥିଲା । ସ୍ୱାଧୀନତା ସଂଗ୍ରାମ ପାଇ
lord-jagannath-images
Lord Jagannath Temple Puri OdiaLive Odia Odisha Festivals

ମହାମାରୀ ନିରାକରଣ ନିମନ୍ତେ ବାଡ଼ି ନୃସିଂହ ବିଜେ – OdiaLive

ଅନନ୍ୟ ଆମ ଜଗନ୍ନାଥ ଚେତନା ଓ ସଂସ୍କୃତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଶ୍ରୀକ୍ଷେତ୍ର ରେ ବିଭିନ୍ନ ମାନବିକ ଲୀଳା କରିଥାନ୍ତି। ମାନବ ସମାଜ ପ୍ରତି ଘଟୁଥିବା