Trending Cuttack Durga Puja Photos OdiaLive Odia Odisha Festivals Odisha Tourism

Cuttack Durga Puja 2019: କଟକ ଦୁର୍ଗା ପୂଜାର ଅନ୍ୟତମ ଆକର୍ଷଣ ବାଖରାବାଦ୍ ର ଭାରତ ମାତା ଙ୍କ ପୂଜା

bharatmata-mandir

୧୯୨୧ ମାର୍ଚ୍ଚ ୨୩ ଦୋଳ ପୂର୍ଣ୍ଣିମା ଦିନ ମହାତ୍ମା ଗାନ୍ଧୀ ଙ୍କ ପ୍ରଥମ ଓଡ଼ିଶା ଗସ୍ତ କଟକ ସହର କୁ ହୋଇଥିଲା । ସ୍ୱାଧୀନତା ସଂଗ୍ରାମ ପାଇ ହିନ୍ଦୁ ମୁସଲମାନ ଏକ ହେବା ର ପ୍ରଥମ ସଭା କଦମ ଏ ରସୁଲ ରେ ସାରିବା ପରେ କାଠଯୋଡ଼ି ନଦୀ ପଠା ହେବାକୁ ଥିବା ସଭା ପାଇଁ ସ୍ୱରାଜ ଆଶ୍ରମ ଅଭିମୁଖେ ଯିବା ବାଟରେ ବାଖରବାଦ୍ ରେ କିଛି ସମୟ ବିଶ୍ରାମ ନେଇ ଥିଲେ । ତେବେ ଏହା ପରେ ମହାତ୍ମା ଗାନ୍ଧୀ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏହି ସ୍ଥାନ ରେ ଏକ ଚାଳ ଘର ନିର୍ମାଣ କରାଯାଇ ଏହାକୁ ‘ ଗାନ୍ଧୀ ଘର ‘ ନାମରେ ନାମିତ କରାଗଲା ।


ଭାରତ ସ୍ୱାଧୀନ ହେବା ପୂର୍ବରୁ ଏହି ଗାନ୍ଧୀ ଘରେ ଦେଶ ସ୍ୱାଧୀନ ହେବା ସଂଗ୍ରାମ ର ବିଭିନ୍ନ କଥାବସ୍ତୁ କୁ ନେଇ ପିତୁଳା ମୂର୍ତ୍ତୀ କରାଯିବ ସହ କାର୍ଟୁନ୍ ଚିତ୍ର ଅଙ୍କା ଯାଉଥିଲା ଯାହାକୁ ଦେଖିବା ପାଇଁ ସେତେବେଳେ ଓଡିଶା ର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କ ସୁଅ ଛୁୁଟିଥିଲା । ତେବେ ଭାରତ ସ୍ୱାଧୀନ ହେବା ବର୍ଷ (୧୯୪୮) ରୁ ବାଖାରାବଦ୍ ର ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ‌ ୰ଭରତ ସିଂ,୰ ରାମ ଚନ୍ଦ୍ର ଦଳାଇ ଓ ୰ମୁକୁନ୍ଦ ବେହେରା ଙ୍କ ଉଦ୍ୟମରୁ ଏଠାରେ ଆରମ୍ଭ ହୋଇଥିଲା ‘ ଭାରତ ମାତା ‘ ଙ୍କ ପୂଜାପ୍ରଥା । ଯାହା ଆଜିଯାଏ ଏଠାରେ ଦୁର୍ଗା ପୂଜା ସମୟରେ କେବଳ ଭାରତ ମାତାଙ୍କୁ ‌ ପୂଜା କରାଯାଏ । ଇତିହାସ ଅନୁଯାଇ କଟକ ବଖରାବାଦ୍ ର ଏହି ଭାରତ ମାତା ପୂଜା ଓଡ଼ିଶାରେ ପ୍ରଥମ ।

For Bollywood News Visit ApnaFilms

Cuttack Durga Puja 2019


ବିଗତ ୩ ବର୍ଷ ରୁ ଭାରତ ମାତାଙ୍କୁ ଭସାଣି ଶୋଭାଯାତ୍ରା ରେ ସାମିଲ୍ କରାଯାଇଛି । କଟକର ଏହି ପୂଜା ସମ୍ପୂର୍ଣ୍ଣ ନିଆରା। ବିନା ଚାନ୍ଦା ରେ ଏହି ପୂଜା ଓ ଭସାଣି କରାଯାଏ । ଅଞ୍ଚଳର ଯୁବକ ମାନେ ଧଳା ଟ୍ରାଉସର୍ ଓ ପଞ୍ଜାବୀ ପିନ୍ଧି ହାତରେ ଜାତୀୟ ପତାକା ଧରି ଶୋଭାାତ୍ରା ରେ ବାହାରନ୍ତି ଓ ଭସାଣି ରେ କେବଳ ଦେଶାତ୍ମକ ଗୀତ ବଜା ଯାଇଥାଏ । ଏହାସହ ବିଗତ ୩ ବର୍ଷ ରୁ ଭଷାଣୀ ଶୋଭାଯାତ୍ରା ରେ ଭାରତ ସ୍ଵାଧୀନତା ସଂଗ୍ରାମ ର ଦାଣ୍ଡି ଯାତ୍ରା, ଭଗତ ସିଂ ଙ୍କ ଫାଶୀ ,ନେତାଜୀ ସୁଭାଷ ବୋଷ ଓ ସର୍ଜିକାଲ୍ ଷ୍ଟ୍ରାଇକ ଆଦି ବିଭିନ୍ନ କଥାବସ୍ତୁର ପ୍ରଜ୍ଞାପନ ମେଢ଼କୁ ଭଷାଣୀ ରେ ସାମିଲ୍ କରାଯାଇ ଲୋକଙ୍କୁ ଆକର୍ଷିତ କରାଯାଇଛି ।

Content Team:  Fjr sashank

Also Read:  Kali Puja Bidyadharpur Cuttack

Leave a comment

Your email address will not be published.

You may also like

odisha
Click Odisha Odisha Tourism

A Photo Story : Bhubaneswar Night Life

Bhubaneswar better known as “The Temple city of India” is one of the beautiful city in our country . The
Raja Festival Odia Greetings Photos and Wallpapers
Odia Greetings Click Odisha Odia Culture Odisha Festivals

Raja Festival Odia Greetings Photos and Wallpapers

Raja Festival Odia Greetings Photos and Wallpapers: While the rest of the country goes on frowning upon women going through